![]() |
| Pic: Khalibandha Village Front View |
ଅନାଦି କାଳରୁ ପ୍ରକୃତି ସୃଷ୍ଟି ହେଇଛି । ମଣିଷ ତାର ବସବାସ ପାଇଁ ସମାଜ ଗଢିଥାଏ । ଜାଣନ୍ତୁ କେମିତି ଏକ ସମାଜ ଅନ୍ୟ ଏକ ସମାଜରୁ ବିଛିନ୍ନ ହେଇ ଏକ ନୂଆ ସମାଜ ଗଢ଼ିଲା । ଆସନ୍ତୁ ଜାଣିବା ଖଳିବନ୍ଧ ଗ୍ରାମ ବିଷୟରେ କିଛି ରୋଚକ ତଥ୍ୟ ଏବଂ ଇତିହାସ ଯାହା ଲୋକମୋଚନକୁ ଆସିନାହିଁ ବା ବର୍ତ୍ତମାନ ପର୍ଯ୍ୟନ୍ତ ଲୁକ୍କାୟିତ ଅବସ୍ଥାରେ ଅଛି ।
ପ୍ରାୟ ଦୁଇଶହ ବର୍ଷରୁ ତଳୁ ତରଭା ପଞ୍ଚାୟତରେ ସଭିଏଁ ବାସ କରୁଥିଲେ । ବଂଶବୃଦ୍ଧି ହେବା ସହିତ ଲୋକସଂଖ୍ଯା ମଧ୍ଯ ବଢିଲା । ଆଗକାଳରେ ଲୋକମାନେ ଚାଳଛପର ଘର କରି ରହୁଥିଲେ । ଚାଳଛପର ଘରର ଏକ ପ୍ରମୁଖ ଭୟ ହେଲା ଅଗ୍ନିକାଣ୍ଡ । ଯେଉଁ କଥାର ଭୟ ଥିଲା ଦୁର୍ଭାଗ୍ୟବଶତଃ ସେଇୟା ଘଟିଲା । ସେ ସମୟରେ ୧୦ ରୁ ୨୦ ଘରରେ ନିଆଁ ଲାଗି ପୋଡିଗଲା । ଏହି ଅଗ୍ନିକାଣ୍ଡରେ ଚାଳଛପର ଘରଗୁଡ଼ିକ ଛାରଖାର ହୋଇଗଲା ପରେ ସେହି ଘର ଲୋକମାନେ ଆତଙ୍କିତ ଅବସ୍ଥାରେ ନୂଆ ଜାଗାକୁ ସ୍ଥାନାନ୍ତରିତ ହେଇଗଲେ ଓ ନୂଆ ସ୍ଥାନ (ବର୍ତ୍ତମାନ ଖଳିବନ୍ଧ) ରେ ବସବାସ କରିବା ଆରମ୍ଭ କରିଥିଲେ ।
![]() |
| Pic: Tarava fire incident & khalibandha creation (AI image) |
ଏହି ଘଟଣା ଘଟିବା ପୂର୍ବରୁ ଦଣ୍ଡାରଗଡ଼ି (ବର୍ତ୍ତମାନ ଖଳିବନ୍ଧ) ରେ ଜଣେ ଆଗରୁ ଆସି ରହୁଥିଲେ ତାଙ୍କ ନାମ “ପାଣୁ ବିଶ୍ଵାଳ”। କହିବାକୁ ଗଲେ ସେ ହିଁ ଖଳିବନ୍ଧର ପ୍ରଥମ ବା ମୂଳନିବାସୀ । ପ୍ରଥମେ ପାଣୁ ବିଶ୍ଵାଳ ଆସିଲେ ପରେ ତାଙ୍କର ଚାରି ପୁତ୍ରଗଣ ଯଥା ଭୀମ ବିଶ୍ଵାଳ, ଅର୍ଜୁନ ବିଶ୍ଵାଳ, ବଲ୍ଲବ ବିଶ୍ଵାଳ ଓ ଅନୁକୂଳ ବିଶ୍ଵାଳ । ସର୍ବପ୍ରଥମେ ଦଣ୍ଡାରଗଡ଼ିରେ ଏହି ପରିବାର ରହୁଥିଲେ ତା ପରେ ପରେ ତରଭା ରେ ଅଗ୍ନିକାଣ୍ଡ ଘଟିଲା ଏବଂ ଲୋକମାନେ ଜୀବନ ରକ୍ଷା ପାଇଁ ଆସି ଦଣ୍ଡାରଗଡ଼ି ରେ ବାସ କଲେ । କୁହାଯାଏ ପୂର୍ଣ୍ଣଚନ୍ଦ୍ର ନାୟକ ଏବଂ ମୀନକେତନ ବିଶ୍ଵାଳଙ୍କ ଘରଠାରୁ ଆରମ୍ଭ କରି ଉପରସାହି ପର୍ଯ୍ୟନ୍ତ ଦଣ୍ଡାରଗଡ଼ି ।
ଆଗ କାଳରେ ଏହି ଦଣ୍ଡାରଗଡ଼ି ଭୂମିରେ ପାଣିର ବ୍ୟବସ୍ଥା ଏତେ ଭଲ ନଥିଲା । ଲୋକମାନେ କୂଅ ଖୋଳି ପାଣି ବ୍ୟବହାର କରନ୍ତି । ତାପରେ ଗାଁ ଲୋକେ ମିଶିକରି ଏକ ପୋଖରି ଖୋଲିବା ପାଇଁ ମନ ବନାଇଲେ । ତାପରେ ଶାଳୁଆ ରଗଡ଼ି ତଳେ ପୋଖରୀ ଖୋଳିବା ଆରମ୍ଭ ହେଲା ସେତେବେଳେ ତ ବଡ଼ ମାଟି ଖୋଳା ମେସିନ୍ କିଛି ନଥିଲା ନା ଜେସିବି ଥିଲା ନା ଟ୍ରାକ୍ଟର ଥିଲା ; ଥିଲା କେବଳ କୋଡ଼ି, କୋଦାଳ, ଶାବଳ ଆଉ ଲୋକଙ୍କ ଦୃଢ଼ ବିଶ୍ବାସ ।
![]() |
| Pic: People digging to create pond i.e. khalibandha (AI image) |
ପୋଖରି ଖୋଳା କାମ ବହୁତ୍ ଦିନ ଧରି ଚାଲିଥିଲା । କୁହାଯାଏ କି ଏହି ପୋଖରୀଟି ଖୋଳାହେଲା ସମୟରେ “ଖଳି” ମାଟି ବାହାରିଲା । ଖଳି ମାଟି ହେଲା ଏକ ପ୍ରକାର ମାଟି ଯାହା ଧଳା ରଙ୍ଗର ହୋଇଥାଏ । ସ୍ତାନୀୟ ଭାଷାରେ ତାକୁ ଖଳି ମାଟି କୁହନ୍ତି । ତ ସେହି ପୋଖରୀ କୁ ଏବଂ ଖୋଳା ଯାଉଥିବା ବନ୍ଧ କୁ ଅନୁସରଣ କରି କରି ଲୋକମାନେ ଖଳିବନ୍ଧ ଖଳିବନ୍ଧ କହିବା ଆରମ୍ଭ କରିଦେଲେ ।
ପୂର୍ବରୁ କହିଥିଲି ଯେ ପୂର୍ଣ୍ଣଚନ୍ଦ୍ର ନାୟକ ଙ୍କ ଘର ଠାରୁ ଆରମ୍ଭ କରି ଉପର ସାହି ପର୍ଯ୍ୟନ୍ତ ଦଣ୍ଡାରଗଡ଼ି କୁହଯାଏ । ଏବେ ପୂର୍ଣ୍ଣଚନ୍ଦ୍ର ନାୟକଙ୍କ ଘରଠାରୁ ଆରମ୍ଭ କରି ତଳସାହି ପର୍ଯ୍ୟନ୍ତ କୁହାଗଲା “ଖଳିବନ୍ଧ” । ପାଣୁ ବିଶ୍ଵାଳଙ୍କର ଇଛା ଥିଲା ଗ୍ରାମର ନାମ “ସୁବର୍ଣ୍ଣପୁର” ରଖିବା ପାଇଁ, ବହୁତ୍ ଚେଷ୍ଟା ସତ୍ତ୍ୱେ ମଧ୍ୟ ରହି ପାରିଲା ନାହିଁ । ତୁଣ୍ଡ ବାଇଦ ସହସ୍ର କୋଶ ସେହି ପରି ଧୀରେ ଧୀରେ ଆଖାପାଖ ଗାଁର ଲୋକେ ଖଳିବନ୍ଧ ସମ୍ବୋଧନ କରିବାକୁ ଲାଗିଲେ । ଏହିପରି ଆମ ଗାଁ ର ଉତ୍ପତ୍ତି ହେଲା ।
![]() |
| Pic: Dandaragadi & Khalibandha Map |
ଖଳିବନ୍ଧରେ ଧୀରେ ଧୀରେ ସବୁ କିଛି ଭିତ୍ତିଭୂମି ନିର୍ମାଣ ହେଲା ଯେମିତି କି ଖଳିବନ୍ଧ ସରକାରୀ ପ୍ରାଥମିକ ବିଦ୍ୟାଳୟ, ରାଧାକୃଷ୍ଣ ମନ୍ଦିର, ତାରିଣୀ ମନ୍ଦିର, ମଙ୍ଗଳା ମନ୍ଦିର, ବାବା ଚନ୍ଦନେଶ୍ଵର ମନ୍ଦିର, କୁସୁମ ଛକରେ ମଣ୍ଡପ, ଦେଶକୋଠ ଘର (ଚନ୍ଦ୍ର ଚୁଡ଼କ କ୍ରିକେଟ୍ କ୍ଲବ୍), କ୍ଲବ୍ ଘର (ବଜରଙ୍ଗୀ କ୍ଲବ୍), ବାମ୍ଫି (ପାନୀୟ ଜଳ ପାଇଁ ବିରାଟ କୂଅ), ବସ୍ ଷ୍ଟପ୍ (ପୋଖରୀ ପାଖରେ) ଇତ୍ୟାଦି. ଏହିପରି କିଛି ପ୍ରଗତି ହେଇଚି ଏବଂ ଏବେବି ଗ୍ରାମ ପ୍ରଗତିଶୀଳ ଅଛି ।
ବାବା ଚନ୍ଦନେଶ୍ଵର ମନ୍ଦିର ନିର୍ମାଣ ବି ବହୁତ ରୋଚକ ତଥ୍ୟ ରେ ନିର୍ମିତ ହୋଇଥିବା ଶୁଣା ଯାଉଅଛି । ଆଗ ସମୟରେ ଭକ୍ତିରେ ଲୀନ ଖଳିବନ୍ଧର କିଶୋର ଯୁବକମାନେ ଭଗବାନ ଶିବଙ୍କୁ ପୂଜା କରିବାକୁ ଆରମ୍ଭ କରିଦେଲେ ଖଳିବନ୍ଧ ପ୍ରାଥମିକ ବିଦ୍ୟାଳୟ ଉପରେ ଥିବା ଛୋଟ ପାହାଡ଼ ଉପରେ । ଯୁବକଙ୍କ ଭକ୍ତି ଓ ଉତ୍କଣ୍ଠାର ସହିତ ସେହି ପାହାଡ଼ ଉପରେ ଛୋଟ ଏକ ପଥରକୁ ଶିବଙ୍କ ସ୍ଵରୂପ ପୂଜା କଲେ । ଏକ ପଥର, ଛିଟ କପଡ଼ା, ବାଉଁଶରେ ଖଞ୍ଜା ହୋଇଥିବା ପତାକା, ଇତ୍ୟାଦି ।
ତରଭାର ଏକ ବ୍ୟକ୍ତି ସେଇ ପାହାଡ଼କୁ ଗ୍ରାସ କରି ଚାଲିଥିଲା ଏବଂ ଧାନ ଫସଲ ଲଗେଇବା ବାହାନାରେ ତଳି ବୁଣି ଦେଇକି ଯାଇଥିଲା । କଣ ହେଇଛି ନା ଦିନେ ସେହି ବ୍ୟକ୍ତି ଆସିକି ଶିବଙ୍କୁ ପୂଜା କରୁଥିବା ସ୍ଥାନରେ ଥିବା ସବୁ କିଛି ଫିଙ୍ଗି ଦେଇଛି । ଅଲଗା କିଛି ବସ୍ତୁ ହେଇଥିଲେ ଛାଡ଼ି ଦେଇଥାନ୍ତେ ହେଲେ ଶିବଙ୍କ ପୂଜା ସ୍ଥାନକୁ ଏମିତି କଲା, ପିଲା ମାନେ ଯାଇ ପାହାଡ଼ ଅକ୍ତିଆର କରିଥିବା ବିଲର ତଳି ସବୁ ଛିନ୍ ଭିନ୍ କରି ପକାଇଲେ । ସେ ଆଉ ପରବର୍ତ୍ତୀ ସମୟରେ ଅନ୍ୟ ଗ୍ରାମର ପାହାଡ଼ ଜାଗା ଉପରେ ଖରାପ ନଜରର ପକାଇଲା ନାହିଁ ।
![]() |
| Pic: Khalibandha Shiva Temple |
ତାପରେ ଖଳିବନ୍ଧ ଗ୍ରାମବାସୀମାନେ ଧାର୍ଯ୍ୟ କଲେ କି ଶିବ ମନ୍ଦିର ପ୍ରତିଷ୍ଠା ହେବ । ଏହି କାର୍ଯ୍ୟ ଖୁବ୍ ସୁରୁଖୁରୁରେ ହେଇଗଲା । ଶିବ ମନ୍ଦିର ପ୍ରତିଷ୍ଠା ୨୦୨୨ ମସିହା ରେ ସମ୍ପନ୍ନ ହେଲା । ପ୍ରତିଷ୍ଠା ପର୍ବର କାର୍ଯ୍ୟସୂଚୀ କିଛି ଏହିପରି ଥିଲା :
- ୯ ମଇ ୨୦୨୨ (ସୋମ): ଅଙ୍କୁରାରୋପଣ, ଧାନ୍ୟାଧିବାସ
- ୧୦ ମଇ ୨୦୨୨ (ମଙ୍ଗଳ): କଳସାଧିବାସ, ଅଗ୍ନି ସ୍ଥାପନ, ଶୁଭାଧିବାସନ
- ୧୧ ମଇ ୨୦୨୨ (ବୁଧ): ଶୈବାଗ୍ନି ସଂସ୍କାର, ରୁଦ୍ର ଯଜ୍ଞ
- ୧୨ ମଇ ୨୦୨୨ (ଗୁରୁ): ପାର୍ବତ୍ୟାଗ୍ନି ସଂସ୍କାର, ଚଣ୍ଡୀ ଯଜ୍ଞ
- ୧୩ ମଇ ୨୦୨୨ (ଶୁକ୍ର): ଅଚଳ ପ୍ରତିଷ୍ଠା, ମହାରୁଦ୍ରାଭିଷେକ, ପୂର୍ଣ୍ଣାହୁତୀ
![]() |
| Pic: Womens of the locality carrying holy water from Bramhani river to Shiva Temple |
ପ୍ରତିବର୍ଷ ରୀତିନୀତିରେ କଳସ ବୁଡ଼େଇବା କାର୍ଯ୍ୟକ୍ରମ କରାଯାଉଛି ।
ନିକଟରେ ଥିବା ବ୍ରାହ୍ମଣୀ ନଦୀରୁ କଳସରେ ପାଣି ଆଣି ମନ୍ଦିର ପ୍ରାଙ୍ଗଣରେ ସ୍ଥାପନ କରା ଯାଏ ଏବଂ ବାର୍ଷିକ ଉତ୍ସବ ସଂପୂର୍ଣ ହେବା ପରେ ସେଇ କଳସ ଗୁଡ଼ିକୁ ଅତି ନିକଟତର ଖଳିବନ୍ଧ ପୋଖରୀରେ ବିସର୍ଜନ କରାଯାଏ ।
ଏମିତି ଶ୍ରୀ ଶ୍ରୀ ଚନ୍ଦନେଶ୍ଵର ମହାପ୍ରଭୁଙ୍କର ଭବ୍ୟ ଏବଂ ଦିବ୍ୟ ମନ୍ଦିର ଖଳିବନ୍ଧରେ ପ୍ରତିଷ୍ଠା ହେଲା । ବର୍ତ୍ତମାନ ସମୟରେ ପୂଜା କମିଟି ମନ୍ଦିରର ନୀତିନିୟମ କାର୍ଯ୍ୟକାରୀ କରୁଛି । ମନ୍ଦିରରେ ବିବାହ ବ୍ରତ ଆଦି ସାମାଜିକ କାର୍ଯ୍ୟକ୍ରମ ସାଧାରଣ ଲୋକଙ୍କ ଦ୍ୱାରା ପାଳନ କରାଯାଏ ।
ଖଳିବନ୍ଧ ଗ୍ରାମର ଉତ୍ପତ୍ତି ଅତ୍ୟନ୍ତ ରୋମାଞ୍ଚକ ଏବଂ ଚମତ୍କାର । ଖଳିବନ୍ଧ ଗ୍ରାମର ପଡ଼ୋଶୀ ଗାଁ ଗୁଡ଼ିକ ହେଲା ନିମତଇଲା, ତରଭା, ନୂଆଗାଁ, ରାୟପୁର । ବ୍ରାହ୍ମଣୀ ନଦୀ ପାଖରେ ରହୁଥିଲେ କୁମ୍ଭାର ସମ୍ପ୍ରଦାୟର ଲୋକ ବ୍ରାହ୍ମଣୀ ନଦୀର ଜଳସ୍ତର ବର୍ଷାଦିନେ ଓ ବାତ୍ୟା ବନ୍ୟା ସମୟରେ ବୃଦ୍ଧି ପାଇ ତାଙ୍କ ଘର ମାନଙ୍କରେ ପଶିଯାଏ ଏବଂ ଧନହାନି ହୁଏ , ସେଥିପାଇଁ ସେମାନେ ଉଠି ଆସିଲେ ଏବଂ ନିମତଇଲାରେ ବାସ କରିବା ଆରମ୍ଭ କରିଥିଲେ; ସେଥିପାଇଁ ନିମତଇଲାର ପ୍ରମୁଖ ବା ବହୁସଂଖ୍ୟକ ସାଙ୍ଗିଆ ହେଉଛି “ସେନାପତି”। ଖଳିବନ୍ଧ ଗ୍ରାମର ପରିକଳ୍ପନା ତାର ପ୍ରାକୃତିକ ସୌନ୍ଦର୍ଯ୍ୟ, ମାନବକୃତ ଭିତ୍ତିଭୂମି, ସାମୁହିକ ବିକାଶ ଓ ଉନ୍ନତି ରୁ କରାଯାଇ ପାରିବ ।
ଧନ୍ୟବାଦ
ସମ୍ପର୍କ କରନ୍ତୁ: Khalibandha
Tags:
Ancient History






